ଯାଜପୁର କଂଗ୍ରେସର ମସାଲ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ବ୍ଲକରେ ମସାଲ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଅବସରରେ ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଜିଲ୍ଲା କଂଗ୍ରେସ ପ୍ରଭାରୀ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରିଆଙ୍କ ସହିତ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀ ଯୋଗଦାନ କରିଥିଲେ । ଏମାନଙ୍କ ସମେତ ଯାଜପୁର ଜିଲ୍ଲାର ସମସ୍ତ ଛାମୁଆ କଂଗ୍ରେସ କର୍ମୀ ମଧ୍ୟ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ । ମସାଲ ଶୋଭାଯାତ୍ରାକୁ କିଭଳି ସଫଳ କରାଯିବ ସେ ନେଇ ସମସ୍ତେ ନିଜ ନିଜର ମତ ପୋଷଣ କରିଥିଲେ ।

The post ଯାଜପୁର କଂଗ୍ରେସର ମସାଲ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି appeared first on orissaleads.

News