ବ୍ଲକ ଗ୍ରାଣ୍ଟ ଶିକ୍ଷକ, କର୍ମଚାରୀଙ୍କ ପରିବାର ପ୍ରତି ଅନୁକମ୍ପା ଦେଖାନ୍ତୁ ସରକାର
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୂର୍ବ ସରକାର ରାଜ୍ୟରେ ମୃତ ସରକାରୀ କର୍ମଚାରୀଙ୍କ ମୃତ୍ୟରେ ଦିଆଯାଉଥିବା ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନରେ ରୋକ ଲଗାଇଥିଲେ । ବର୍ତ୍ତମାନର ସରକାର ପୁଣି ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ମୃତ ସରକାରୀ କର୍ମଚାରୀଙ୍କ ପରିବାର ପକ୍ଷରୁ ସ୍ୱାଗତ କରାଯାଇଛି । ସରକାରଙ୍କ ଏହି ନିଷ୍ପତି ଦ୍ୱାରା ମୃତ କର୍ମଚାରୀଙ୍କ ପରିବାର ଉପକୃତ ହୋଇ ପାରିବେ ।
ହେଲେ ଦୀର୍ଘ ବର୍ଷ ହେଲା ବ୍ଲକ ଗ୍ରାଣ୍ଟ କର୍ମଚାରୀ ଭାବେ ଚାକରି କରୁଥିବା ବେଳେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାର ଏହି ସୁବିଧାରୁ ବଞ୍ଚିତ ହେବାକୁ ଯାଉଛନ୍ତି । କାରଣ ସରକାର ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ପରିବାରର ପ୍ରତି ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରିବାର ବ୍ୟବସ୍ଥା କରି ନାହାନ୍ତି । ଫଳରେ ବ୍ଲକ ଗ୍ରାଣ୍ଟ ଚାକିରୀ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାର ଏବେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଏହି ପରିବାରର ସଦସ୍ୟ ମାନେ ଦୀର୍ଘ ଦିନ ହେଲା ଅନୁକମ୍ପା ମୂଳକ ନିଯୁକ୍ତି ଅପେକ୍ଷାରେ ଚାହିଁ ବସିଛନ୍ତି । ହେଲେ ସରକାରଙ୍କ ଏହି ନିଷ୍ପତି ଏବେ ଏହି ପରିବାର ଉପରେ ଦୁଃଖର ପାହାଡ଼ ଛିଡା କରିଛି ।
ସ୍ୱଳ୍ପ ବେତନ ପାଉଥିବା ବେଳେ ମୃତ୍ୟୁ ବରଣ କରିଥିବା ଏହି ପରିବାର ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ସରକାର ବ୍ଲକ ଗ୍ରାଣ୍ଟ ଚାକରି କରି ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପ୍ରତି ଅନୁକମ୍ପା ଦେଖାଇ ସେମାନଙ୍କ ପରିବାରରୁ ଜଣଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।
The post ବ୍ଲକ ଗ୍ରାଣ୍ଟ ଶିକ୍ଷକ, କର୍ମଚାରୀଙ୍କ ପରିବାର ପ୍ରତି ଅନୁକମ୍ପା ଦେଖାନ୍ତୁ ସରକାର appeared first on orissaleads.
News