ରାସ୍ତା କଡରେ ଦହିବରା ଖାଇଲେ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର): ଖରା ହେଉକି ବର୍ଷା, ନିଜ କର୍ମଭୂମିରେ ପହଞ୍ଚି ନିଜ ଲୋକଙ୍କ ସହିତ ମିଶିବା, ସେମାନଙ୍କ ସମସ୍ୟା ବୁଝିବା ଓ ସମାଧାନ କରିବାରେ କେବେ ଅବହେଳା କରନ୍ତି ନାହିଁ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଟାଣ ଖରା ସୁକିନ୍ଦା ମାଟିରେ ପହଞ୍ଚି ଗଲେ ବେଶ ଶାନ୍ତି ମିଳେ । ଶାନ୍ତିର ଠିକଣା ହେଉଛି ମୋ ମାଟି ବୋଲି କହନ୍ତି । ଆଜି ନିଜ କର୍ମଭୂମିକୁ ଯାଉଥିଲା ବେଳେ ଦାନଗଦୀ ବ୍ଲକର ରାଛିପୁର ଛକରେ ଥିବା ଦହିବରା ଦୋକାନ ନିକଟରେ ଅଟକି ଯାଇଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଦୋକାନ ଆଗରେ ବସି ଦହିବରା ପ୍ରସ୍ତୁତି ବିଷୟରେ ପଚାରିଥିଲେ । ତାଙ୍କୁ ନିଜ ଦୋକାନ ଆଗରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଦୋକାନୀ ଜଣକ । ବିନା ପିଆଜ ରଶୁଣରେ ପ୍ରସ୍ତୁତ ବୋଲି କହିଥିଲେ। ଖାଇବାକୁ ଆଗ୍ରହ ପ୍ରକାଶ କରିବାରୁ ହାତକୁ ଦହିବରା ବଢ଼ାଇ ଦେଇଥିଲେ ଦୋକାନୀ । ବେଶ ଆନନ୍ଦରେ ଏହାକୁ ଖାଇବା ପରେ ପଇସା ଦେବା ସହିତ ପ୍ରଶଂସା କରି ବାହାରି ଯାଇଥିଲେ ନିଜ ଗନ୍ତବ୍ୟ ସ୍ଥଳକୁ ।

The post ରାସ୍ତା କଡରେ ଦହିବରା ଖାଇଲେ ପ୍ରୀତିରଞ୍ଜନ appeared first on orissaleads.

News