ଜମ୍ମୁ-କାଶ୍ମୀରରେ ଆତଙ୍କୀ ଆକ୍ରମଣ, ବାଲେଶ୍ବରରୁ ଦୁଇଦିନ ପୂର୍ବରୁ ପରିବାର ସହ ବୁଲିବାକୁ ଯାଇଥିଲେ ପ୍ରଶାନ୍ତ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ବର୍ବରୋଚିତ ଆକ୍ରମଣ କରି ୨୬ ଜଣଙ୍କୁ ମାରି ଦେଇଥିଲା ବେଳେ ୧୧ ଜଣଙ୍କୁ ଗୁରୁତର ଆହତ କରିଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ବର ଜିଲ୍ଲା ସହର ଉପକଣ୍ଠ ସଦର ଥାନା ସାରଗାଁ ପଞ୍ଚାୟତ ଇଶାଣି ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ। ତାଙ୍କ ବୟସ ୪୧ ବର୍ଷ । ଆକ୍ରମଣରେ ପ୍ରଶାନ୍ତ ମୃତ୍ୟୁ ବରଣ କରିଥିଲା ବେଳେ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜ ବର୍ତ୍ତି ଯାଇଛନ୍ତି ।
ପ୍ରଶାନ୍ତ ବାଲେଶ୍ବର ସ୍ଥିତ ସିପେଟରେ ଆକାଉଣ୍ଟାଣ୍ଟ୍ ଭାବେ ଚାକିରି କରୁଥିଲେ। ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଏ ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍ ଆସିଥିଲା। ଆତଙ୍କୀମାନେ ସେମାନଙ୍କ ଧର୍ମ ପଚାରି ଗୁଳି ମାଡ଼ କରିଥିଲେ। ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପେହେଲଗାମ ଯାଇ ତାଙ୍କ ପତ୍ନୀ ଓ ପୁଅଙ୍କୁ ଭେଟିଛନ୍ତି ।
The post ଜମ୍ମୁ-କାଶ୍ମୀରରେ ଆତଙ୍କୀ ଆକ୍ରମଣ, ବାଲେଶ୍ବରରୁ ଦୁଇଦିନ ପୂର୍ବରୁ ପରିବାର ସହ ବୁଲିବାକୁ ଯାଇଥିଲେ ପ୍ରଶାନ୍ତ appeared first on orissaleads.
News