ହନୁମାନ ଜୟନ୍ତୀ ପାଳିତ

ଓଡ଼ିଶା ଲିଡ୍ସ(ଯାଜପୁର): ମହା ବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ପାଇଁ ସହର ଠାରୁ ନେଇ ପୁରପଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଛି । ଆଜି ସକାଳୁ ସବୁ ଦେବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷ କରି ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରି ଆଶିର୍ବାଦ କାମନା କରିଥିଲେ । ଆଜି ବରୀ ମାଉଣ୍ଡ ସ୍ଥିତ ଶକ୍ତି ପୀଠରେ ଥିବା ମହାବୀର ମନ୍ଦିରରେ ସକାଳୁ ଶ୍ରଦ୍ଧାଳୁ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ମନ୍ଦିର କମିଟି ପକ୍ଷରୁ ପୂଜାର୍ଚ୍ଚନା, ହୋମ ଯଜ୍ଞ ଆୟୋଜିତ ହୋଇଥିଲା ।

The post ହନୁମାନ ଜୟନ୍ତୀ ପାଳିତ appeared first on orissaleads.

News