ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ଓ୍ବାକଫ୍ ସଂଶୋଧନ ଆଇନ: ମମତା ବାନାର୍ଜୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ସେ କହିଛନ୍ତି ସଂଖ୍ୟାଲଘୁ ଲୋକମାନଙ୍କର ସମ୍ପତ୍ତିକୁ ସୁରକ୍ଷା ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ନେଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି ତାହାକୁ “ଡିଭାଇଡ୍ ଏଣ୍ଡ ରୁଲ” ବୋଲି କହିଛନ୍ତି ମମତା। ଗତକାଲି କୋଲକତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟରେ ଓ୍ବାକଫ ସଂଶୋଧନ ଆଇନ ଲାଗୁ ହେବ ନାହିଁ ବୋଲି ମମତା ସ୍ପଷ୍ଟ ଭାବେ କହିଛନ୍ତି ।

ସଂଖ୍ୟାଲଘୁ ଓ ସେମାନଙ୍କର ସମ୍ପତ୍ତିର ସୁରକ୍ଷା ପାଇଁ ମୁଁ ପ୍ରତିବଦ୍ଧ ବୋଲି ମମତା କହିଛନ୍ତି । ମମତା କହିଛନ୍ତି, ମୁଁ ଜାଣିଛି ଆପଣମାନେ ଓ୍ବାକଫ ଆଇନକୁ ନେଇ ବେଶ ଚିନ୍ତିତ । ମାତ୍ର ବାଣ୍ଟ ଓ ରାଜ କର ନୀତିକୁ ଗୁରୁତ୍ବ ଦେଉଥିବା କୌଣସି କାର୍ଯ୍ୟକୁ ହେବାକୁ ଦିଆଯିବନି ବୋଲି ମମତା କହିଛନ୍ତି । ଆପଣମାନେ ବାଂଲାଦେଶର ସ୍ଥିତି ଦେଖନ୍ତୁ, ସେଠାରେ କ’ଣ ହେଉଛି । ଏପରି ସମୟରେ ଏହି ବିଧେୟକକୁ ପାରିତ କରିବା ଅନୁଚିତ ବୋଲି କହିଛନ୍ତି ମମତା ବାନାର୍ଜୀ ।

The post ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ଓ୍ବାକଫ୍ ସଂଶୋଧନ ଆଇନ: ମମତା ବାନାର୍ଜୀ appeared first on orissaleads.

News