ଆପଣ ମାନେ ଦଳର ଶକ୍ତି, ମୋ ପ୍ରେରଣାର ଉତ୍ସ-ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର):ଆପଣ ମାନେ ଦଳର ଶକ୍ତି ଓ ମୋ ପ୍ରେରଣାର ଉତ୍ସ । ଆପଣଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶିର୍ବାଦ ମତେ ବହୁତ କିଛି ଦେଇଛି । ଆପଣ ମାନଙ୍କ ନିକଟରେ ମୁଁ ଋଣୀ । ମା ମାନଙ୍କର ଆଶିର୍ବାଦ କଠିନ ସମୟରେ ରାସ୍ତା ଦେଖାଇଥାଏ । ଆଜିର ଏହି ସମାବେଶ ମୋ ପ୍ରତି ଓ ଦଳ ପ୍ରତି ଆପଣଙ୍କ ଅତୁଟ ବନ୍ଧନକୁ ପ୍ରକାଶ କରିଛି । ଏ ବନ୍ଦନ ସ୍ନେହ, ମମତାର ବନ୍ଧନ । କୌଣସି ଶକ୍ତି ଏ ବନ୍ଧନରେ ବାଧା ସୃଷ୍ଟି କରି ପାରିବ ନାହିଁ, ଏହା ଦୃଢ଼ ନିଶ୍ଚିତ । କାଲି ଏ ବନ୍ଧନ ଅତୁଟ ଥିଲା, ଆଜି ଅଛି ଓ ଆସନ୍ତା କାଲି ବି ଅତୁଟ ରହିବ ବୋଲି ଆଜି ଆପଣ ମାନେ ପ୍ରମାଣିତ କରିଛନ୍ତି । ଆପଣଙ୍କ ସ୍ନେହ, ଶ୍ରଦ୍ଧା ଆଗରେ ମୋ ମୁଣ୍ଡ ନଇଁ ଯାଉଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଚିଙ୍ଗୁଡ଼ିପାଳ ଓ କାଳିଆପାଣି ପଞ୍ଚାୟତର ମହିଳା ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହା କହିଛନ୍ତି ଇଂ ଘଡାଇ ।

The post ଆପଣ ମାନେ ଦଳର ଶକ୍ତି, ମୋ ପ୍ରେରଣାର ଉତ୍ସ-ଇଂ ପ୍ରୀତିରଞ୍ଜନ appeared first on orissaleads.

News