ସଂଗଠନ ସଜାଡୁଛନ୍ତି ଡ୍ୟାନି, ବଢୁଛି ସମର୍ଥନ
ଓଡ଼ିଶା ଲିଡ୍ସ(ଯାଜପୁର): ଦାୟିତ୍ୱ ସଂପନ୍ନ ବିରୋଧି ଦଳ ପାଇଁ ସୁଦୃଢ଼ ସଂଗଠନର ଆଵଶ୍ୟକତା ଅଛି । ସୁକିନ୍ଦାରେ ଶାନ୍ତି, ଭାଇଚାରାକୁ ଫେରାଇ ଆଣିବାକୁ ଆମେ ସଙ୍ଗଠିତ ହେବା ଜରୁରୀ । ଆସନ୍ତୁ ସମସ୍ତେ ଏକ ହୋଇ ସୁକିନ୍ଦା ମାଟିର ସେବା କରିବାକୁ ଶପଥ ନେବା ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ଶାଳିଜଙ୍ଗା ପଞ୍ଚାୟତବାସୀଙ୍କ ନିକଟରେ ପହଞ୍ଚି ଦଳୀୟ ବୈଠକ କରି ଏହା କହିଛନ୍ତି ଇଂ ଘଡାଇ । ଲୋକମାନଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବାକୁ ବିଜେଡି ଓ ମୁଁ ପ୍ରତିଶ୍ରୁତି ବଦ୍ଧ ବୋଲି ମଧ୍ୟ କହିଛନ୍ତି । ବୈଠକରେ ଉପସ୍ଥିତ ଶତାଧିକ କର୍ମୀ ଦଶ ମାସ ମଧ୍ୟରେ ସୁକିନ୍ଦା ଅଶାନ୍ତ ହେବା ଓ ବିକାଶ ମୂଳକ କାର୍ଯ୍ୟ ପଛେଇ ଯାଉଥିବା ଅଭିଯୋଗ କରି ଆମେ ଏକ ହୋଇ ସଂଗ୍ରାମ କରିବା ବୋଲି ପ୍ରତିଶ୍ରୁତି ଦେଇଥିଲେ ।
The post ସଂଗଠନ ସଜାଡୁଛନ୍ତି ଡ୍ୟାନି, ବଢୁଛି ସମର୍ଥନ appeared first on orissaleads.
News